ନୂଆଦିଲ୍ଲୀ, ୩୧ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ ସଂସ୍କୃତର ଭାରତ ସହ ଅଭିନବ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍ସରେ ବାର୍ତା ଲେଖି ଏହା କହିଛନ୍ତି ।
ସେ କହିଛନ୍ତି, ସଂସ୍କୃତ ଦିବସ ଉପଲକ୍ଷେ ଶୁଭକାମନା । ଏହି ଭାଷା ପ୍ରତି ସୁନ୍ଦର ଭାବ ରଖୁଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସଂସ୍କୃତର ଭାରତ ସହ ଅଭିନବ ସମ୍ପର୍କ ରହିଛି । ଏହି ମହାନ ଭାଷାର ଉତ୍ସବ ପାଳନ କରିବା ମୁଁ ଆପଣ ସମସ୍ତଙ୍କୁ ସଂସ୍କୃତ ଭାଷାରେ ଏକ ବାକ୍ୟ ଶେୟାର କରିବାକୁ ଆଗ୍ରହ କରୁଛି । ତଳେ ପୋଷ୍ଟରେ ମୁଁ ଏକ ସଂସ୍କୃତ ବାକ୍ୟ ଶେୟାର କରିବି । ସେଲିବ୍ରେଟିଂସଂସ୍କୃତ ହ୍ୟାସଟ୍ୟାଗ ଦେବାକୁ ଆପଣ ମାନେ ଭୁଲିବେ ନାହିଁ ।
ଏହା ପରେ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ବାକ୍ୟ ଶେୟାର କରିଥିଲେ ଯାହାର ଅର୍ଥ ହେଲା, ଆଗାମୀ ଦିନରେ ଭାରତ ଜି ୨୦ ଶିଖର ସମ୍ମିଳନୀ ଆୟୋଜିତ କରିବ ଓ ସାରା ବିଶ୍ୱର ଲୋକ ମାନେ ଭାରତ ଆସିବେ ତଥା ଆମର ସର୍ବୋତମ ସଂସ୍କୃତି ବିଷୟରେ ଜାଣିବେ ।