ଭୁବନେଶ୍ବର : ଭୁବନେଶ୍ୱର ସହର ସିସିଟିଭି ସର୍ଭେଲାନ୍ସ ରେ ରହିବ । କମିଶନରେଟ ପୁଲିସ ପକ୍ଷରୁ “ସହଭାଗିତା” ଆରମ୍ଭ ହେବ । ଏହା ଦ୍ୱାରା ଅପରାଧୀଙ୍କୁ ଧରିବା ଓ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ ଆରମ୍ଭ ହେବାକୁ ଥିବା “ସହଭାଗିତା” ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ବଡ଼ ଦୋକାନମାନେ ଯୋଡ଼ି ହେବେ।
ଚୋରି ବା ଅନ୍ୟ ଅପରାଧ ରୋକିବା ପାଇଁ ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ। ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ସିସିଟିଭି ଫୁଟେଜ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି।
ସେହିପରି ବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖିବାକୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ ପୁଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ସୂଚନା ଦିଆଯାଇଛି ।