ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦିନକୁ ଦିନ ନୂଆ କାର୍ଯ୍ୟକ୍ରମ କରି ର୍ଚ୍ଚାରେ ରହିଆସୁଛି । ଏହି ପରମ୍ପରାକୁ ବଜାୟ ନିମନ୍ତେ ଆଜି ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ମହିଳାମାନଙ୍କୁ ରୋଜଗାର ଦେବା ସହ ସେମାନଙ୍କ ସ୍ୱାବଲମ୍ବୀ କରିବା ଲକ୍ଷ ନେଇ ସରକାର ଆରମ୍ଭ କରିଛନ୍ତି ମିଶନ ଶକ୍ତି କାଫେ । ଏହି କ୍ରମରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ ନୂଆଗାଁଠାରେ ପ୍ରଥମ କରି ଶୁଭାରମ୍ଭ ହୋଇଛି ମିଶନ ଶକ୍ତି କାଫେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । କିଛଇ ମାସ ପୂର୍ବେ ରାସ୍ତା କଡରେ ଚା ବିକ୍ରୀ କରୁଥିବା ନୂଆଗାଁର ଟୁନି ଦୋରାଙ୍କ ହାତ ତିଆରି ଚା ପିଇ ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟ ତାଙ୍କୁ ମିଶନ ଶକ୍ତି କାଫେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସରକାରଙ୍କ ସହଯୋଗରେ ବିଧାୟକ ଦେଇଥିବା ପ୍ରତିଶୃତି ପୁରଣ କରିଥିବାରୁ ଟୁନି ବେଶ୍ ଖୁସି ପ୍ରକଟ କରିଛନ୍ତି । ଘରେ ଛୋଟ ଛୋଟ ପିଲାଥିବାରୁ ମିଶନ ଶକ୍ତି କାଫେ ଜରିଆରେ ସେ ସ୍ୱାବଲମ୍ବୀହୋଇ ପାରିବେ ବୋଲି ସେ ଆଶା ରଖିବା ସହ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାିଛନ୍ତି । ଆଜି କାଫେ ଉଦଘାଟନ ପରେ ବିଧାୟକ ଏହି କାଫେରୁ ଚା ପିଇବା ସହ ତାଙ୍କର ଏହି କାର୍ଯ୍ୟକ୍ରମ ଆଗକୁ ଆଗକୁ ବଢି ଚାଲିବାକୁ ସେ ମରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଗଙ୍ଗାଧରପୁର ସରପଂଚ,ସମିତିସଭ୍ୟା ତିଲୋତମା ବରାଳ,ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଓ ସ୍ଥାନୀୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।