ବଲାଙ୍ଗିର 30 ଅଗଷ୍ଟ : ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସ ଦ୍ୱାରା ମଂଗଲବାର ସଂଧ୍ୟାରେ ୧୫୦ ବୋତଲ ଏସ୍କଫ ସିରଫ ଓ ନଗଦ ୩୧ହଜାର ୫ଶହ ଟଙ୍କା, ୨ଟି ମୋଟର ସାଇକଲ ସହ ୨ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ପୋଲିସ ମଂଗଲବାର ସଂଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଂଟାବାଂଜି-ବଲାଙ୍ଗିର ମୁଖ୍ୟ ରାଜ୍ୟ ରାଜପଥ ନଂ. ୪୨ର ଚଟୁଅନକାଠାରେ ଏକ ପଲ୍ସର ମୋଟର ସାଇକେଲ ନଂ. ଓଡି-୦୩-ଜେ-୨୮୧୫ ଓ କେଟିଏମ୍ ମୋଟର ସାଇକେଲ ନଂ. ଓଡି୧୭-ଜେଡ-୨୧୫୦ ଯୋଗେ ବେଲପଡା ଥାନା ଧୁମାଭଟାର ନିତ୍ୟା ବୁଡେକ(୨୩), ପ୍ରଶାନ୍ତ ରାଉତ(୨୪) ଓ ବଲାଙ୍ଗିର ଟାଉନ ଥାନା ହାଡପଦାପଡାର ରାଜା ଜେନା(୨୮)ଙ୍କଠାରୁ ୧୫୦ଟି ଏସ୍କଫ ସିରଫ ସହ ୩୧ହଜାର ୫ଶହ ଟଙ୍କା ୨ଟି ମୋବାଇଲ ଜବତ କରିଛି । କଂଟାବାଂଜି ଥାନା କେସ ନଂ. ୨୬୦/୨୯.୮.୨୦୨୩ ରୁଜୁ କରି କୋର୍ଟ ଚାଲାଣ କରିଛି । ସେହିପରି ସୋମବାର ଦିନ ମଧ୍ୟ କଂଟାବାଂଜି ଥାନା କଂଟାବାଂଜି- ବଲାଙ୍ଗିର ରାଜ୍ୟ ରାଜପଥ କୁର୍ଲି ଛକ ନିକଟରୁ ବେଲପଡା ଥାନା ଅଂଚଳର ଲିଙ୍ଗରାଜ ବାରିକ (୨୮)ଙ୍କଠାରୁ ୫୫ ବୋତଲ କଫ୍ ସିରଫ ଜବତ କରିଥିଲେ । ସୋମବାର ଦିନର କେସ ନଂ.୨୫୯/୨୦୨୩ ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଉଭୟ ସୋମବାର ଓ ମଂଗଲବାର ଦୁଇ ଦିନ ମଧ୍ୟରେ ମୋଟ ୨୦୫ଟି କଫ ସିରଫ ଜବତ କରିବା ସହିତ ୪ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥିବା ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି ।