ମୋରେନା(ମଧ୍ୟ ପ୍ରଦେଶ) – ମଧ୍ୟପ୍ରଦେଶର ମୋରେନାରେ ଏକ ବଡ଼ ଦୁର୍ଘଟଣା ଘଟି ଏଥିରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।ଏହି ଦୂର୍ଘଟଣାରେ ଅନେକଅସୁସ୍ଥଃ ହୋଇ ଚିକ୍ତିସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଜିଲ୍ଲାର ନୁରବାଦ୍ ପୋଲିସ୍ ଷ୍ଟେସନ ପରିସରର ଧାନେଲା ଗ୍ରାମରେ ଏକ ଫୁଡ ଫ୍ୟାକ୍ଚ୍ରିରେ ଗ୍ୟାସ୍ ଲିକ୍ ହେବା ଫଳରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ବହୁ ଶ୍ରମିକ ଆହତ ଙୋଇଛନ୍ତି। ପୋଲିସର କହିବା ଅନୁଯାୟୀ ଏକ ସେଫଟି ଟ୍ୟାଙ୍କରୁ ଗ୍ୟାସ ନିର୍ଗତ ହେବା ଫଳରେ ଏହି ଦୂର୍ଘଟମା ଘଟିଛି।
କୁହାଯାଉଛି ଯେ କାରଖାନାରେ ରଖାଯାଇଥିବା ସେଫଟି ଟ୍ୟାଙ୍କିରୁ ହଠାତ୍ ଗ୍ୟାସ୍ ଲିକ୍ ହେବା ଆରମ୍ଭ କରିଥିଲା। ଗ୍ୟାସ ସଂସ୍ପର୍ଶରେ ଆସି ଏହି ଶ୍ରସ୍ରମିକମାନେ ମୃତ୍ୟୁବରଣ କରିତିବା କୁହାଯାଊଛି।.ଏହି ଗ୍ୟାସ ପ୍ରଭାବରେ ଅନେକ ଶ୍ରମିକ ମଧ୍ୟ ନିଶ୍ୱାସ,ପ୍ରସ୍ବାସ ନେବାରେ ଅସୁବିଦା ହେବାକୁ ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତୀ କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାରଖାନାରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତାର ସ୍ଥାନାନ୍ତର କରାଯାଇଥିଲା।
କୁହାଯାଉଛି ଯେ ମୃତ୍ୟୁବରଣ କରିଥିବା ପାଞ୍ଚ ଜଣ ଶ୍ରମିକଙ୍କ ମଧ୍ୟରୁ ତିନିଜଣ ପ୍ରକୃତ ଭାଇ, ସେମାନେ ଟିକଟୋଲି ଗାଁର ବାସିନ୍ଦା। ଏହି ସୂଚନା ଗାଁରେ ପହଞ୍ଚିବା ମାତ୍ରେ ସମଗ୍ର ଗାଁରେ ଶୋକ ପ୍ରକାଶ ପାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତଆରମ୍ଭ ହୋଇଛି।