ନୂଆଦିଲ୍ଲୀ, 30 ଅଗଷ୍ଟ- କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ସଫଳ ଚନ୍ଦ୍ରଯାନ ଅଭିଯାନ ଶେଷ ହେବା ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ “ଆଦିତ୍ୟ-ଏଲ୧” ପାଇଁ ପ୍ରସ୍ତୁତ ଅଛି, ଯାହାକୁ ଇସ୍ରୋ ସେପ୍ଟେମ୍ବର ୨ରେ ଲଞ୍ଚ କରିବାକୁ ଯାଉଛି ।
ମୈନପୁରୀରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ ଅଭିଯାନର ସଫଳତାକୁ ପାଳନ କରୁଥିବା ବେଳେ ସୂର୍ଯ୍ୟ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ବହୁଗୁଣିତ ହୋଇଛି।