ନୂଆଦିଲ୍ଲୀ, ୨୮ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ବାର୍ତାଳାପ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଜୋହାନ୍ସବର୍ଗରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମେତ ଆଂଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।
ରାଷ୍ଟ୍ରପତି ପୁଟିନ ୯-୧୦ ସେପ୍େଟମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ ଏବଂ ରୁଷ ଫେଡେରେଶନର ବୈଦେଶିକ ମନ୍ତ୍ରୀ ସର୍ଜେ ଲାବରୋବଙ୍କ ଦ୍ୱାରା ରୁଷର ପ୍ରତିନିଧିତ୍ୱ କରାଯିବ ବୋଲି ସୂଚନା ଦେଇଥିଲେ ।
ରୁଷର ଏହି ନିଷ୍ପତିରେ ସହମତ ହୋଇ ପ୍ରଧାନମନ୍ତ୍ରୀ ଭାରତର ଜି -୨୦ ଅଧ୍ୟକ୍ଷତାରେ ସମସ୍ତ ପଦକ୍ଷେପର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।