ନୂଆଦିଲ୍ଲୀ, ୨୮ ଅଗଷ୍ଟ – ଚନ୍ଦ୍ରାୟଣ -୩ ମିଶନ ବିଷୟରେ ଏକ ନୁଆ ତଥ୍ୟ ସାମନାକୁ ଆସିଛି । ସୋମବାର, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରେ ସୂଚନାନୁସାରେ ଅଗଷ୍ଟ ୨୭ ରେ, ରୋଭର ଏହାର ଅବସ୍ଥାନଠାରୁ ୩ ମିଟର ଆଗରେ ଅବସ୍ଥିତ ୪ ମିଟର ବ୍ୟାସ ବିଶିଷ୍ଟ ଗାତ ପାଇଲା । ରୋଭରକୁ ଟ୍ରାକରେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବର୍ତମାନ ସୁରକ୍ଷିତ ଭାବରେ ଏକ ନୂତନ ପଥରେ ଗତି କରୁଛି ।
ଏହାପୂର୍ବରୁ ରବିବାର ଦିନ ବିକ୍ରମ ଲେଣ୍ଡରରେ ଲାଗିଥିବା ପେଲୋଡ୍ ଚନ୍ଦ୍ର ପୃଷ୍ଠରେ ଥିବା ତାପମାତ୍ରା ବିଷୟରେ ସୂଚନା ଦେଇଥିଲା । ବର୍ତମାନ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଖୋଳିବା ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ବାହାରେ ଏବଂ ଭୂପୃଷ୍ଠରେ ତାପମାତ୍ରାରେ ବହୁତ ପାର୍ଥକ୍ୟ ଦେଖାଦେଇଛି, ଯେଉଁ କାରଣରୁ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚନ୍ଦ୍ରର ତାପମାତ୍ରା ୭୦ ଡିଗ୍ରୀ କିନ୍ତୁ ଭୂପୃଷ୍ଠରୁ ୧୦ ସେମି ମଧ୍ୟରେ ଏହା ୫୦ ଡିଗ୍ରୀ ଅଟେ ।