ତାଳଚେର : ତାଳଚେରର ଗଣପର୍ବ ଭାବେ ପରିଚିତ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ଆଜି ସୋମବାର ଦିବା୧୧ଘଣ୍ଟା ସମୟରେ ଦେଉଳବେଡ଼ା କୋଲିୟରୀ ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା। ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ସେପ୍ଟେମ୍ବର ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ୱର ୨୯ତାରିଖ ଇନ୍ଦୁପୂର୍ଣ୍ଣିମା ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ଏବଂ ଚଳିତ ବର୍ଷ ଘୋଡ଼ାଶାଳ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା।
ଆଜିର ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଳଚେରର ଗଣପର୍ବ ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବା ସହ ପୁଲିସ ପ୍ରଶାସନକୁ ସହଯୋଗ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସାଂସଦ ଶ୍ରୀ ସାହୁ ଭସାଣୀ ଦିନ ସଠିକ୍ ସମୟରେ ମେଢ଼ ଗୁଡ଼ିକ ଶୋଭାଯାତ୍ରାରେ ଯିବାକୁ ପରାମର୍ଶ ଦେଇଥିଲେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ହାଣ୍ଡିଧୂଆ ଠାରୁ ଘୋଡ଼ାଶାଳ ପର୍ଯ୍ୟନ୍ତ ସିସିଟିଭି ଲଗାଯିବା ଉପରେ ଗୁରୁତ୍ଵାରୋପ କରିବା ସହ ଏଥିରେ ଏମ୍ସିଏଲ୍ ଲିଙ୍ଗରାଜ ସମେତ ଵିଭିର୍ଣ୍ଣ କାର୍ଯ୍ୟରତ କମ୍ପାନୀ ଗୁଡିକ ସହଯୋଗ କରିବାକୁ କହିଥିଲେ । ତେବେ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା ସମୟରେ କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ଟ୍ରାଫିକ ସମସ୍ୟା ,ବାହାରୁ ପୂଜାମଣ୍ଡପ ଦେଖିଆସୁଥିବା ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ବୁଲି ଦେଖିବେ ,ମଦୁଆଙ୍କୁ ସାବଡ଼ କରିବାପାଇଁ ପଦକ୍ଷେପ ନେବା ଓ ବିଶୃଙ୍ଖଳା ପଦର୍ଶନ କରୁଥିବା ପୂଜା କମିଟି ଉପରେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ ବିଶେଷ କରି ସାଧାରଣ ଲୋକ ଯେପରି ପୂଜା ଉପଭୋଗ କରିପାରିବେ ସମସ୍ତେ ଏଥିପାଇଁ ସହଯୋଗ କରିବାକୁ ନିବେଦନ କରିଥିଲେ , ଉପଜିଲ୍ଲାପାଳ ଵିଭିର୍ଣ୍ଣ ବିଭାଗ ସହ ଆଲୋଚନା କରି ପୂଜା ସମୟରେ ବିଦ୍ୟୁତ ,ଜଳ ଯୋଗାଣ, ରାସ୍ତା ନିର୍ମାଣ, ପରିମଳ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁନେଇ ଅନ୍ୟ ଏକ ବୈଠକ ରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଥିଲେ ।ତାଳଚେରର ଗଣେଶ ପୂଜା ପାଇଁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଯୋଗ ଦେଇଥିବା ସମସ୍ତ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଡିଜେ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ, ପ୍ଲାଷ୍ଟିକ ଓ ସୋଲକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବାକୁ ପରାମର୍ଶ ଦେଇଥିଲେ। ପୂଜା ଦିନ ଗୁଡ଼ିକରେ ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଇତ୍ୟାଦି ଗୁଡ଼ିକର ଖାଦ୍ୟ ନିରାପତ୍ତା ନେଇ ଫୁଡ୍ ଇନିସ୍ପେକ୍ଟର ଯାଞ୍ଚ କରିବେ। ମୁ୍ୟନିସିପାଲିଟି ପକ୍ଷରୁ ହାଣ୍ଡିଧୂଆ ଅଣ୍ଡରପାସରେ ଆଲୋକୀକରଣ ସହ ପାଣି ନିଷ୍କାସନ ବ୍ୟବସ୍ଥା ଓ ମୋବାଇଲ୍ ଶୌଚାଳୟ ବ୍ୟବସ୍ଥା କରାଯିବାକୁ ନଗରପାଳ ପବିତ୍ର ଭୁତିଆ ଓ ନିର୍ବାହୀ ଅଧିକାରି ବଳୟ ଦେହୁରୀ ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟ ପୂର୍ଣ୍ଣଚନ୍ଦ୍ର ସାହୁ,, ରମେଶ ବେହେରା,କେଶବ ଭୁତିଆ ।
ତାଳଚେର ଥାନା ଅଧିକାରୀ ଶ୍ରୀନିବାସ ସେଠୀ, କୋଲିୟରୀ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପ୍ରମୁଖ ପୂଜା ଆରମ୍ଭ ଦିନ ଠାରୁ ଭସାଣୀ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରୀୟ ଗଣେଶପୂଜା କମିଟିର ଉପ ସଭାପତି ଡକ୍ଟର ରଶ୍ମିରଞ୍ଜନ ମିଶ୍ର ସ୍ଵାଗତ ଭାଷଣ,କରିବା ସହ ମଞ୍ଚ ପରିଚାଳନା କରିଥିଲେ,ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା ଅତିଥି ପରିଚୟ ପ୍ରଦାନ , ସାଧାରଣ ସଂପାଦକ ଦିଲୀପ କୁମାର ପାଣି ବିବରଣୀ ପାଠ କରିଥିଲେ ।ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ବାଇ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ରଣଜିତ୍ ମହାପାତ୍ର, ନିରୋଜ ଦାସ, ସୌଭାଗ୍ୟ ମହାରଣା, ସମେତ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଏବଂସହରର ବିଭିନ୍ନ ପୂଜା କମିଟିର ସଭାପତି ସମ୍ପାଦକ ଓ ନିମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।।