ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମ ର ନୂଆଗୁଡ଼ା ରେ ବାସ କରନ୍ତି ଅନାବୁ ସୁନା, ତିନି ପୁଅ ତିନି ବହୁ,୫ ଜଣ ନାତି ନାତୁଣୀ ଏବଂ ସ୍ତ୍ରୀ ଅବନ୍ତି ସୁନା (୪୫) । ଅବନ୍ତି ଙ୍କ ଦୁଇ କିଡନୀ ପ୍ରାୟ ପାଞ୍ଚ ମାସ ହେଲା ଖରାପ ହୋଇଯାଇଛି । ଗତ ୩ମାସ ହେଲା ସେ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ୨୪ ଥରରୁ ଅଧିକ ଥର ଡ଼ାଇଲେ ସିସ କରାଯାଇଛି । ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ମାଲକାନଗିରି ଚିକିତ୍ସାଳୟ ନିଆଯିବା ଆବଶ୍ୟକ ହୋଇପଡ଼ିଲା। କିନ୍ତୁ ଗ୍ରାମ ରୁ ପ୍ରାୟ ଅଧା କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା । କାରଣ ନୂଆଗୁଡ଼ା ଗ୍ରାମ ରାସ୍ତାରେ ରହିଥିବା ଜମି ଚାଷ ହୋଇଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଶେଷରେ ଗ୍ରାମବାସୀ ଅବନ୍ତିଙ୍କୁ ଖଟରେ ଶୁଆଇ ଆମ୍ବୁଲାନ୍ସ ପାଖରେ ଆଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସାହି ବାସୀମାନେ ବାରମ୍ବାର ପ୍ରଶାସନକୁ ରାସ୍ତା ବିଷୟରେ ଅବଗତ କରେଇ ଥିଲେ ମଧ୍ୟ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଆଖିଦେଖା କାର୍ଯ୍ୟାନୁଷ୍ଠାନ କରିନଥିବା ନୂଆଗୁଡା ସାହି ବାସି ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ୪୫ ପରିବାରରେ ରହୁଥିବା ମୋଟ ୨୦୦ ଲୋକ ଙ୍କ କଥା ପ୍ରଶାସନ କେବେ ଶୁଣିବ ।