ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧିନ ମୁର୍ଗାପାଟ୍ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଘରର କାନ୍ଥ ପଡ଼ି 10 ବର୍ଷର ବାଳକର ମୃତ୍ୟୁ ଘଟିଛି । ଏହି କାରଣରୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।
ମିଳିଥିବା ସୂଚନା ଅନୁସାରେ ଗ୍ରାମ ନିକଟସ୍ଥ ପଡ଼ିଆରେ ଛୋଟ ଛୋଟ ପିଲାମାନେ ଫୁଟବଲ ଖେଳୁଥିଲେ । ତେବେ ପଡିଆ ନିକଟରେ ଏକ ଜରାଜୀର୍ଣ୍ଣ ଘର ରହିଥିଲା। ପିଲାମାନେ ଖେଳୁଥିବା ବେଳେ ବଲ ଟି ଉକ୍ତ ଜରାଜୀର୍ଣ୍ଣ ଘରର କାନ୍ଥ ପାଖକୁ ଯାଇଥିଲା। ଏହି ସମୟରେ ଉକ୍ତ ଗ୍ରାମର ନାଣ୍ଡୁ ବାନରାଙ୍କ ୧୦ ବର୍ଷୀୟ ପୁଅ ତୁରାମ ବାନରା ବଲ ଆଣିବାକୁ ଯିବା ସମୟରେ କାନ୍ଥ ଟି ଖସି ପଡ଼ିଥିଲା । ଯାହାଫଳରେ ଛୁଆଟିର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ୍ ହେମ୍ବ୍ରମ୍ ପହଂଚି ମୃତଦେହ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।