
ଭୁବନେଶ୍ୱର : ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା ତାଙ୍କ ଉପରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ।
କୁଳପତି ଏହି ଘଟଣାକୁ ଗୁରୁତର ସହ ନେବା ସହ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରିଛନ୍ତି । ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଏଭଳି ଘଟଣା ସାମ୍ନାକୁ ଆସିଛି।