ଭୁବନେଶ୍ୱର, 25 ଅଗଷ୍ଟ – ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ପରୀକ୍ଷା ପାଇଁ ଡାକ୍ତରଖାନା ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ଅନ୍ୟପକ୍ଷରେ ଡେଙ୍ଗୁ ସ୍ଥିତି ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ଷା ଲାଗି ରହିଥିବାରୁ ଡେଙ୍ଗୁ କେତେଦିନ ରହିବ ଆକଳନ କଷ୍ଟକର । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ସେହିପରି ରାଜଧାନୀର ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି । ଆଇଆରସି ଭିଲେଜ ସ୍ଥିତ ଅର୍ବାନ ପିଏଚସି ଓ ପଟିଆ ସିଏଚସିରେ ଡେଙ୍ଗୁ ଟେଷ୍ଟ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।