ମାଲକାନଗିରି, ୨୫ ଅଗଷ୍ଟ – ପିଇଓ ଚାକିରିରେ ପ୍ରବେଶ ନିମନ୍ତେ ଶିକ୍ଷାଗତ ଯୋଗ୍ୟତାକୁ ପରିବର୍ତ୍ତନ କରାଯାଇ ଯୁକ୍ତ ଦୁଇ ଏବଂ ଡିଗ୍ରୀ ଯୋଗ୍ୟତା ମାପଦଣ୍ଡ ରଖାଯାଉ ଏବଂ ପେ ଲେବଲ-୫ରୁ ପେ ଲେବୁଲ -୯କୁ ଉନ୍ନିତ କରାଯାଇ ୨୧ ହଜାର ୭ ଶହ ଟଙ୍କାକୁ ୩୫ ହଜାର ୪ ଶହ ଟଙ୍କା ଦରମା କରାଯାଉ। ଏହା ସହିତ ଦଶବର୍ଷ ଚାକିରି ପୂର୍ଣ କରିଥିବା ପିଇଓଙ୍କ ପଦୋନ୍ନତି ସହିତ ୩୦ରୁ ୪୦ ବର୍ଷ ଚାକିରି କରିଥିବା ପିଇଓଙ୍କୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ଆଦି ୨ ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ପିଇଓ ସଂଘ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ଧାରଣା ସ୍ଥଳକୁ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯାଇ ଧାରଣାରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ସହ ସେମାନଙ୍କ ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରିବା ସହ ଦାବୀ ଗୁଡିକୁ ଯଥାର୍ଥ ଦର୍ଶାଇ ସେ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ।
ସଂଘର ଉପସଭାପତି ଭୋଳାନାଥ ବିଶ୍ଵାସ, ସାଧାରଣ ସମ୍ପାଦକ କିଶୋର କୁମାର ମହାରଣା, ଯୁଗ୍ମ ସମ୍ପାଦକ ଶୁଭ୍ରାଂଶୁ ନାୟକ, କୋଷାକ୍ଷ ସୁରେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ରତନ ରାୟ, ରାମେଶ୍ଵର ପୂଜାରୀ, ସୁକାନ୍ତ କେଶରୀ ଦାସ, ସଂଗଠକ ସମ୍ପାଦକ ଅଶୋକ କୁମାର, ବିଷ୍ଣୁ ଚରଣ ତ୍ରିପାଠୀ, ରେବତୀ ନାଥ ମାଝୀ, ରବି ଗୋଲପଦା, ଏମ. ରମେଶ ଆୟର, ପଦ୍ମନାଭ ଵାଲା, ତାରକ ନାଥ ସାନା, ଦେବେନ୍ଦ୍ରନାଥ ନାୟକ, ଦୟାନିଧି ନିମାଲ, ନିଖିଲ ବାନାର୍ଜୀ, ମନୋଜ ତାଙ୍ଗୁଲୁ, ଦାମଦୋର ଖିଲ, ମଧୁସୂଦନ ନାୟକ, ଗୋଲକ ପଟ୍ଟନାୟକ ପ୍ରମୁଖଙ୍କ ସହ ଜିଲ୍ଲାର ୧୧୧ଟି ପଞ୍ଚାୟତରେ କାର୍ଯ୍ୟରତ ଅନ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ।