ବଲାଙ୍ଗିର : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ଆୟୋଜନ କ୍ରମେ ଆଇ.ଟି.ଆଇ. କଲେଜ, ଲାର୍କିପଲିରେ ଥିବାସଭା ଗୃହ ଠାରେ ଏକ ବେଟି ବଚାଓ, ବେଟି ବଢାଓ ଓ ବିଜୁ ଶିଶୁ ସୁରକ୍ଷା ଯୋଜନା ଉପରେ ଏକ ସଚେତନତା ତାଲିମ କାର୍ଯକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଟିଆଇ କଲେଜର ଅଧ୍ୟକ୍ଷ ମିଲନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ବିଜୁ ଶିଶୁ ସୁରକ୍ଷା ଯୋଜନାର ଯୋଗ୍ୟତା, କିଏ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ ଓ ମିଶନ ବାତ୍ସଲ୍ୟ, ବାଲ୍ୟ ବିବାହ ଉପରେ ତାଲିମ ପ୍ରଦାନ କରିଥିଲେ।
ଏହି ଅବସରରେ ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର କହିଲେ, ଆଇଟିଆଇରେ ପାଠ ପଢୁଥିବା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ( ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ ଅନ୍ୟାନ୍ୟ) ପରିବାର ର ବାର୍ଷିକ ଆୟ ଟଙ୍କା ୪୮,୦୦୦/- ଭିତରେ ହେଉଥିବା ପରିବାର ପ୍ରମାଣ ପତ୍ର, ଆବେଦନ ପତ୍ର, ଆକାଉଣ୍ଟ, ଆଧାର କାର୍ଡ, ପାସପୋର୍ଟ ଫଟୋ ଓ ବିଲ ଜମାଦେଲେ ଶିଶୁ ମାନଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ କାର୍ଯକାରୀ ହେଉଥିବା ପୃଷ୍ଠ ପୋଷାକତା ଓ ପ୍ରତିପାଳନ ଯତ୍ନ ମଞ୍ଜୁର କମିଟିରେ ଉପସ୍ଥାପନ କରି ପାସ ହେଲାପରେ ଏହି ଯୋଜନାର ଲାଭ ପାଇପାରିବେ। ଏହି ଯୋଜନାରେ ଆଇଟିଆଇ କଲେଜରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଟଙ୍କା ୯୦୦୦/- ବାର୍ଷିକ ସହାୟତା ଦେବାର ବ୍ୟବସ୍ଥା ଅଛି। ଏହି ଅବସରରେ ଯତ୍ନ ଓ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ବେଟି ବଚାଓ, ବେଟି ବଢ଼ାଓ ଉପରେ ଜଣାଇଥିଲେ।
ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଏଥିରେ ସହଯୋଗ କରିଥିବା ବେଳେ ପରି ଶେଷରେ ସାମାଜିକ କର୍ମୀ ଅରୁଣ କୁମାର ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମ ଶେଷ କରିଥିଲେ।