ଗଞ୍ଜାମ : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସି ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳିର ବେଗୁନିଆପଡ଼ା ବାପୁଜୀ ଷ୍ଟାଡ଼ିୟମରେ ପହଂଚିବା ପରେ ତାଙ୍କୁ ସେଠାରେ ହଜାର ହଜାର ସଂଖ୍ୟାରେ ମହିଳା, ଜନସାଧାରଣ ଓ ଛାତ୍ରଛାତ୍ରୀ, ଚାଷୀ ଓ ବୁଦ୍ଧିଜିବୀ ସ୍ଵାଗତ କରିଥିଲେ । ସେ ଉପସ୍ଥିତ ସମସ୍ତ ବର୍ଗର ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ । କବିସୂର୍ଯ୍ୟନଗର ଆଠଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ସିଦ୍ଧେଶ୍ଵର ମନ୍ଦିର ରୂପାନ୍ତରଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ରୂପେ ପରିଗଣିତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଶାଳିଆ ଡ୍ୟାମ୍ ଓ ଏହାର ଆଖପାଖ ଅଂଚଳ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହିତ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।