ଗଞ୍ଜାମ : ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ପୁଲିସର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ସଚିବଙ୍କୁ ବିରୋଧ ଆଶଙ୍କାରେ ବିଜେପି ନେତାଙ୍କୁ ଉଠାଇ ନେଇଛି ପୋଲିସ । ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ଉଠାଇ ନେଇଛି ପୋଲିସ । ଆଲୋକ ବେଗୁନିଆପଡ଼ାରେ ଛିଡ଼ା ହୋଇ ଥିବାବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି ।