ଭୁବନେଶ୍ବର :ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି। ରାଜ୍ୟର ସବୁ ଅଞ୍ଚଳରେ ଯେଉଁ ଜମି ଦୁର୍ନୀତି ହେଉଛି ଏହା ପଛରେ ପ୍ରଭାବଶାଳୀ ଲୋକମାନଙ୍କର ହାତ ରହିଛି। ଯେଉଁମାନଙ୍କର ଲିଙ୍କ୍ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସହ ରହିଛି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସେ ଅଭିଯୋଗ କରିଛୱନ୍ତି ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ ଚାଲିଛି। ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏହା ହେଉଛି ତାଙ୍କର ଆଉ ଏକ ରୂପ।
ସେ କହିଛନ୍ତି ଯେ ଭୁବନେଶ୍ବରରୁ ୧୫ କିମି ଦୂରରେ ଏହି ଜମି ହଡ଼ପ ପ୍ରକଳ୍ପ ଚାଲିଛି। ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ତିଆରି ହୋଇଛି। ସେସବୁ ଅନାବାଦୀ, ଜଙ୍ଗଲ, ଦେବ ଜମି, କିଛି ବ୍ୟକ୍ତିଗତ ଜମି ବି ଅଛି।