କୋରେଇ : ଝାଡଖଣ୍ଡ ଜାମସେଦପୁରର ରାପିଡ ଆକ୍ସନ ଫୋର୍ସଙ୍କ ଦ୍ବାରା ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସର୍ଭେ ପାଇଁ ପାଣିକୋଇଲି କଲ୍ୟାଣ ମଣ୍ଡପ ଠାରେ ରାପିଡ ଆକ୍ସନ ଫୋର୍ସ ମାନେ ଅବସ୍ଥାପିତ ହୋଇଛନ୍ତି। ଏହି ଅବସରରେ ସେମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଗତ ୨୦ ତାରିଖରୁ ଜାମସେଦପୁର ସ୍ଥିତ ୧୦୬ ବାଟାଲିୟନ ର କମ୍ପାନୀ କମାଣ୍ଡାଣ୍ଟ ଅଜିତ କୁମାରଙ୍କ ନେତୃତ୍ଵରେ ଏଏସଆଇ ସୁଶାନ୍ତ କୁମାର ସାହୁଙ୍କ ସମେତ ୬୦ ଜଣ ଯବାନ ଜିଲ୍ଲା ସର୍ଭେରେ ନିୟୋଜିତ ଅଛନ୍ତି। ପାଣିକୋଇଲିରେ ରହିଥିବା ଯବାନ ମାନେ ସର୍ଭେ କାର୍ଯ୍ୟ ସରିବା ପରେ ସ୍ଥାନୀୟ ଅଂଚଳରେ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ବେଟି ବଚାଓ , ବେଟି ପଢାଓ” ସହିତ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାଗୁଳାଇ ପୋଖରୀ ହୁଡ଼ାରେ ଚାରାରୋପଣ କାର୍ଯ୍ୟକ୍ରମ ଓ ପାଣିକୋଇଲି ହାଇସ୍କୁଲରେ ସେନାରେ ଯୋଗଦାନ କରିବା ଲାଗି ଏକ ସଚେତନତା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଚାରାରୋପଣ କାର୍ଯ୍ୟକ୍ରମରେ ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ନାଏବ ସରପଞ୍ଚ ଦେବେନ୍ଦ୍ର କୁମାର ସ୍ଵାଇଁ, ଲୋକନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।