ଗଞ୍ଜାମ : ଆଉ ଦିନକ ପରେ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ବିଜେଡ଼ି ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି କାର୍ଯ୍ୟକ୍ରମ ମଧ୍ୟରେ ଗୋପାଳପୁରରେ ତାଙ୍କର କାର୍ଯ୍ୟକ୍ରମ ରହିଥିବାରୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କର ପ୍ରଦୀପ ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଘୋର ବିରୋଧ କରିବା ନେଇ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ କେତେକ ସ୍ଥାନରେ ମଧ୍ୟ ବିଜେପି ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଜଣାପଡିଛି । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।