ଜୟପୁର : ଆଜି ସକାଳୁ ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଲାଗିଲା ନିଆଁ। ହେଲେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ।
ବସ ଟି ବୋରିଗୁମ୍ମା ବସଷ୍ଟାଣ୍ଡରେ ଠିଆ ହୋଇଥିବ ସମୟରେ ଟାୟାର ଫାଟି ହଠାତ ନିଆଁ ଲାଗିଥିଲା। ବସ ରେ ନିଆଁ ଲାଗିବା ଫଳରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି, କିନ୍ତୁ ବସ ଏବଂ ଯାତ୍ରୀଙ୍କ ଆସବାବପତ୍ର ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି। ବୋରିଗୁମ୍ମା -ନବରଙ୍ଗପୁର ରୋଡ ୨୬ ନମ୍ବର ଜାତୀୟ ରାଜପଥ ଉପରେ ହୁ ହୁ ହୋଇ ଜଳି ଗଲା ଏହି ଘରେଇବସ। ମରଣ ମୁହଁରୁ ଅଲ୍ପକେ ବର୍ତିଲେ ୪୦ ଯାତ୍ରୀ। ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ସିନାପାଲି ଯାଉଥିଲା। ବୋରିଗୁମ୍ମା ରେ ଗାଡିଟି ପ୍ରଥମେ ପମ୍ପଚର ହୋଇଥିଲା । ଗାଡ଼ିରେ ଥିବା ୪୦ ରୁ ଉର୍ଦ୍ଧ ଯାତ୍ରୀ ବସ ରୁ ତଳକୁ ଓହ୍ଳାଇଯାଇଥିଲେ। ଏତିକି ବେଳେ ଗାଡ଼ିରେ ଲାଗିଥିଲା ନିଆଁ ଧୀରେ ଧୀରେ ହୁ ହୁ ହୋଲି ବସ ଟି ଜଳିଗଲା।। ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ସିନାପାଲି ପଠାଯାଇଛି।