ସୁବର୍ଣ୍ଣପୁର : ସୋନପୁର ନୂଆ ଟାଉନ ହଲ ଠାରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କ ଦ୍ଵାରା ଭିଡିଓ କନଫରେନସିଂ ମାଧ୍ୟମରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତରର ଶୁଭ ଉଦଘାଟନ କରାଯାଇଛି। ଏହି ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଗତକାଲି ଏକ ଭବ୍ୟ ଆୟୋଜନ କରାଯାଇଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼ଃ. ଇପସିତା ପ୍ରିୟଦର୍ଶନୀ ମିଶ୍ର, ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଯୋଗଦେଇ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଜ଼ିଲ୍ଲା ପରିଷଦ ସିଡିଓ ଅଶ୍ଵିନୀ କୁମାର ମେହେର, ଆରଟିଓ ଅକ୍ଷୟ କୁମାର ଜେନା, ଓ ପୌର ଅଧିକାରୀ ଶୁଭ୍ରାଂଶୁ ରୁଟ ଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
୫ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ଏହି ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ମହିଳା, ସହରର ବୁଦ୍ଧିଜୀବୀ, ଭିଭିନ୍ନ ଦଳୀୟ ନେତୃବୃନ୍ଦ, ସମସ୍ତ ଅନୁଷ୍ଠାନର ସଭ୍ୟ, ତଥା ସହରବାସୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରକାଶ ସାହୁ, ଜନ୍ମଜୟ ପାତ୍ର, ଆନନ୍ଦ ପାତ୍ର, ଶାଶ୍ଵତ ମିଶ୍ର, ପ୍ରଭାତ ଦାନୀ, ଦେବାଶିଷ ପଟ୍ଟନାୟକ, ସୁଶାନ୍ତ କୁମାର, ମନୋଜ ମେହେର, ଗୋପାଳ ମେହେର ପ୍ରମୁଖ ବିଜେଡି ଯୁବ ନେତା ଆୟୋଜନରେ ସହଯୋଗ କରିଥିଲେ। ସେହିପରି ଜ଼ିଲ୍ଲାର ବିନିକା ଓ ଉଲୁଣ୍ଡା ବ୍ଲକ ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ନୂଆ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାୟକ ପଦ୍ମନାଭ ବେହେରା ଓ ଉଭୟ ବ୍ଲକ ର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଡ଼ିଓ ମାନେ ଏହି ଭବ୍ୟ ଉତ୍ସବ ଆୟୋଜନରେ ଉପସ୍ଥିତ ଥିଲେ।