ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦଳିତ ସମାଜ ତରଫରୁ ଚଳିତ ବର୍ଷ ପାଳିତ ହେବାକୁ ଥିବା ନୂଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗେଟସରୋବର ପଡାସ୍ଥିତ ବି.ଆର.ଆମ୍ବେଦକର କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁନା ବାଗଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ନୂଆଁଖାଇ ଭେଟଘାଟ ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ଭାଇଚାର ପ୍ରତିଷ୍ଠା କରିବା ସହିତ ସମାଜକୁ ସୁସଂଗଠିତ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା । ବୈଠକରେ ନୂଆଁଖାଇ ଭେଟଘାଟ ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବେ ସର୍ବସମ୍ମତ କ୍ରମେ ଆଇନଜୀବୀ ତଥା ସମାଜସେବୀ ଅର୍ଜୁନ ମୁଗ୍ରୀଙ୍କୁ ମନୋନୀତ କରାଯାଇଥିବା ବେଳେ ସଂଯୋଜକ ଭାବରେ କାଉନସିଲର କିଶୋର କୁମ୍ଭାର, ଉପ ସଭାପତି ଭାବେ ଦ୍ରୋଣ କୁମ୍ଭାର, ସମ୍ପାଦକ ଭାବେ ସୂର୍ଯ୍ୟମଣୀ ସୁନା ଓ କୋଷାଧ୍ୟକ୍ଷ ଭାବେ ଜ୍ୟୋତିଷ ମୁଗ୍ରୀଙ୍କୁ ମନୋନୀତ କରାଯାଇଥିଲା ।
ବୈଠକରେ ଭୂବନ ନାଗ, ବାସୁଦେବ ମୁଗ୍ରୀ, ବିଜୟ ଚନ୍ଦ୍ର ବାରିକ, ଦିନେଶ ନାଗ, ରଘୁନାଥ ମୁଗ୍ରୀ, ମନୋରଂଜନ କୁମ୍ଭାର, ପରୀକ୍ଷିତ କୁମ୍ଭାର, ସୁଶୀଲ ହରିପାଳ, କାର୍ତ୍ତିକେଶ୍ଵର ନାଗ ଓ ବୈଷ୍ଣବ ପାଣିିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ତରଣୀସେନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।