ଭୁବନେଶ୍ୱର : ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯ୍ୟାତନା ର ଶିକାର ହୋଇ ମହିଳା ହୋମ ଗାର୍ଡ ଗୋଡ଼ ହରାଇବା ପ୍ରସଙ୍ଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟିଛି । ବିଜେପି ଏହି ମାମଲାରେ ଉଭୟ ପତି ଓ ପତ୍ନୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ।
ବିଜେପିର ରାଜ୍ୟ ଉପ ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମହିଳା ହୋମଗାର୍ଡ ଙ୍କ ଦୁଇ ଝିଅ ଙ୍କୁ ଚାକରି ଓ ପରିବାର ଥଇଥାନର ବ୍ୟବସ୍ଥା ହେଉ । ଏହା ସହ ସେ ମହିଳାଙ୍କୁ କ୍ଷତିପୂରଣ ଦିଆଯାଉ ।
ସେ କହିଛନ୍ତି ଯେ ବ୍ରିଜେଶଙ୍କୁ ବଦଳି କରି ଘଟଣା କୁ ଚାପି ଦେବା ପାଇଁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖସେଇ ଦେବା ପାଇଁ ପ୍ରଶାସନ ଲାଗିଛି । ତେଣୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ମହିଳାଙ୍କୁ ନ୍ୟାୟ ମିଳୁ ।