ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ସଫ୍ଟ ଲ୍ୟାଣ୍ଡିଂ କରି ଆଜି ଭାରତ ଇତିହାସ ରଚିବ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି ।
ଆଜି ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥି ପାଇଁ ସାରା ଦେଶରେ ଉତ୍ସାହ ଦେଖା ଦେଇଛି । ସମସ୍ତେ ସେହି ସମୟକୁ ପ୍ରତୀକ୍ଷା କରିଛନ୍ତି । ଏହି ଐତିହାସିକ କ୍ଷଣର ସାକ୍ଷୀ ହେବା ପାଇଁ ସମସ୍ତ ଉତ୍ସୁକ ଥିବା ଦେଖିବାକୁ ମିଳୁଛି । ଏହାର ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି ।