ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ୫ – ଟି ସଚିବ ଭି.କେ ପାଣ୍ଡିଆନ ବେଗୁନିଆ, ବୋଲଗଡ଼, ଟାଙ୍ଗି, ଖୋର୍ଦ୍ଧା, ବାଣପୁର ଏବଂ ଚିଲିକା ବ୍ଲକରେ ନିର୍ମାଣାଧୀନ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ୯୨୨ କୋଟିର ଏହି ପ୍ରକଳ୍ପ ଆସନ୍ତା ବର୍ଷ ଜାନୁଆରୀରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ ।
ଲୋକଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ବାଲୁଗାଁ, ବାଣପୁର ପୌରାଂଚଳର ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସଚିବ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୬ କୋଟି ବ୍ୟୟବରାଦ ହୋଇଥିବାବେଳେ ସ୍ଥାନୀୟ ଅଂଚଳରେ ଏହା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ।