ଭଦ୍ରକ : ଦୀର୍ଘଦିନ ଧରି ଜଳ ନିଷ୍କାସନ ଓ ରାସ୍ତା ଅବରୋଧ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ସମାଧାନ ନହେବାରୁ ପୂର୍ବ ସୂଚନା ଅନୁଯାୟୀ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବାସୁଦେବପୁର ବ୍ଲକ୍ ର ର୍ସର୍ପୁର ଗାଁର ସମାଜସେବୀ ରଣଜିତ୍ ନାୟକ ଆମରଣ ଅନଶନ କରିଛନ୍ତି। ନାୟକଙ୍କର ଅଭିେଯାଗ ହେଲା ସର୍ପୁର ବିଦ୍ୟାଳୟ ଠାରୁ ଦରଖୋଳି ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି । ଏ ସଂପର୍କରେ ସେ ପୂର୍ବରୁ ଗ୍ରାମବାସୀଙ୍କ ସହ ସେ ୩ ଥର ଜିଲାପାଳଙ୍କ ଅଭିେଯାଗ ପ୍ରକୋଷ୍ଠରେ ଅଭିେଯାଗ କରିଥିଲେ । ଜିଲାପାଳ ବିଡିଓ, ତହସିଲଦାରଙ୍କୁ ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ନାୟକ ବିଡିଓ ଓ ତହସିଲଦାରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଭେଟିଥିଲେ । ଏବଂ ବିଡିଓ ମାପଚୁପ କରି ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ତହସିଲଦାର ଗତ ତା ୧୦.୦୮.୨୩ ରିଖ ଦିନ ଏହି ସ୍ଥାନକୁ ଆସି ଉଭୟ ପାର୍ଶ୍ୱରେ ଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ନେଇ କହିଲେ ଏମାନଙ୍କୁ ନୋଟିସ୍ କରି ଅମିନ ଆଣି ମାପ କରାଇ ସୀମା ଚିହ୍ନଟ କରି ଡ୍ରେନ୍ ରାସ୍ତା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଜଳ ନିଷ୍କାସନ ସମସ୍ୟା ପାଇଁ ତହସିଲଦାର କୌଣସି ପଦକ୍ଷେପ ନନେବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବ ସୂଚନା ଅନୁଯାୟୀ ଆମରଣ ଅନଶନ କରିବାକୁ ବାଧ୍ୟ ହେଲୁ ବୋଲି ସମାଜସେବୀ ନାୟକ କହିଛନ୍ତି।