ଭଦ୍ରକ : ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ବେପରୁଆ କାଯ୍ର୍ୟଧାରା େଯାଗୁଁ ଜଣେ ମେଧାବୀ ଛାତ୍ରୀ ସରକାରୀ ନିଯୁକ୍ତିରୁ ବିତ ହୋଇଛନ୍ତି । ନିଯୁକ୍ତିରୁ ବଂଚିତା ଛାତ୍ରୀ ଭଦ୍ରକ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଆଶ୍ରୟ ନେଇଥିଲେ । ଏହି ମାମଲାରେ ଆୟୋଗ ୩ଟି ଶିକ୍ଷାନୁଷ୍ଠାନକୁ ୨ଲକ୍ଷ ୩ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପ୍ରଦାନ କରିବା ସହ ଛାତ୍ରୀଙ୍କୁ ତାଙ୍କ ବିଇଡି ପ୍ରମାଣପତ୍ର ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ପ୍ରକାଶ େଯ: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅନ୍ତର୍ଗତ ଭବାନୀବିନ୍ଧା ଗାଁର କୈଳାସ ଚନ୍ଦ୍ର ଗିରିଙ୍କ ଝିଅ କବିତାରାଣୀ ଗିରି ଗତ ୨୦୧୮-୧୯-୨୦ଶିକ୍ଷାବର୍ଷରେ ବିଇଡି ଡିଗ୍ରୀ ହାସଲ ଲାଗି ଭଦ୍ରକ ସହରାଚଂଳ ଜଗନ୍ନାଥପୁର ସ୍ଥିତ ସ୍ବର୍ଣ୍ଣଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ ଫର କµିଟେଟିଭ୍ ଏଣ୍ଡ ବିଏଡ୍ ରେ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହି କୋର୍ସ ପାଇଁ ଇନଷ୍ଟିଚୁ୍ୟଟ୍ ର ମାଲିକ ଦୁେଯ୍ର୍ୟାଧନ ନାୟକ ନାମଲେଖା ପୂର୍ବରୁ ୬୫ହଜାର ଟଙ୍କା ଦେବାକୁ କହି ଆଚାଯ୍ର୍ୟ ନାଗାର୍ଜୁନ ୟୁନିଭରସିଟି(ଆନ୍ଧ୍ରପ୍ରଦେଶ)ଅଧିନରେ ପରୀକ୍ଷା ଦେବାକୁ କହିଥିଲେ । ତେବେ ନାମଲେଖା ବେଳେ ୭୮ହଜାର ଟଙ୍କା ଦାବି କରିବା ସହ ଆନ୍ଧ୍ରପ୍ରଦେଶର ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଅଧିନରେ ପରୀକ୍ଷା ଦେବାକୁ କହିଥିଲେ । କବିତା ଏଥିରେ ଅରାଜି ହୋଇଥିଲେ । ତେବେ ଜଗନ୍ନାଥପୁର ସ୍ଥିତ ଅନ୍ୟଏକ ଶିକ୍ଷାନୁଷ୍ଠାନ ଆରିହା୍ ଏକାଡେମୀର ମାଲିକ ସୁରେଶ କୁମାର ସ୍ବାଇଁଙ୍କ ପରାମର୍ଶକ୍ରମେ ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଅଧିନରେ ସିଦ୍ଧାର୍ଥ କଲେଜ ଅଫ୍ ଏଜୁକେଶସନରେ ବିଇଡି ପରୀକ୍ଷା ଦେବାକୁ ରାଜି ହୋଇ ନାମ ଲେଖାଇଥିଲେ । କବିତା ଉକ୍ତ କୋର୍ସ ଅବଧି ସରିବା ପରେ ସମସ୍ତ ପରୀକ୍ଷା ଦେଇ ମଧ୍ଯ ତାଙ୍କ ବିଇଡି ପ୍ରମାଣ ପତ୍ର ପାଇନଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା : କବିତା ଦୁଇ ଦୁଇ ଥର ସରକାରୀ ଶିକ୍ଷକତା ଲାଗି ଓଏସ୍ଏସ୍ଟିଇଟି ଓ ଓଟିଇଟି ପରୀକ୍ଷାରେ କୃତକାଯ୍ର୍ୟ ହୋଇଥିଲେ ବି ତାଙ୍କର ଭେରିଫିକେଶସନ ବେଳେ ବିଇଡି ପ୍ରମାଣପତ୍ର ନଥିବାରୁ ଏହି ନିଶ୍ଚିତ ନିଯୁକ୍ତିରୁ ବଂଚିତ ହୋଇଥିଲେ । ବହୁବାର ତାଙ୍କ ବିଇଡି ପ୍ରମାଣପତ୍ର ପାଇଁ କବିତା ନିବେଦନ, ଆବେଦନ କରିଥିଲେ ବି କର୍ତୃପକ୍ଷ ତାଙ୍କ ବିଇଡି ପ୍ରମାଣପତ୍ର ଦେଇନଥିଲେ । ମୁଖ୍ୟକଥା ହେଲା, କବିତା ତାଙ୍କ ପ୍ରାକ୍ଝିକାଲ ବିଇଡି ପରୀକ୍ଷା(ଇଂଲିସ୍ ଓ ସାମାଜିକ ବିଜ୍ଞାନ)ର କପିକୁ ଏହି ୩ଟି ଅନୁଷ୍ଠାନର ଅବହେଳାରୁ ହଜି ଯାଇଥିବାରୁ ବିଇଡି ପ୍ରମାଣ ପତ୍ର ସେ ପାଇପାରିନଥିଲେ । ଏପରିକି କବିତାର ପିତା କୈଳାସ ତାଙ୍କ ଝିଅର ବିବାହ ପାଇଁ ରଖôଥିବା ଟଙ୍କା ଝିଅର ପାଠ ପଢ଼ାରେ ଖଚ୍ର୍ଚ କରିଥିଲେ। ଆଶା ଥିଲା ଝିଅ ବିଇଡ଼ି କଲାପରେ ସରାକରୀ ଚାକିରିଟିଏ ପାଇଗଲେ ବିବାହଟି ସୁରୁଖୁରୁରେ ହୋଇଯିବ। ସେ ମଧ୍ଯ ଝିଅ ପ୍ରତାରଣାର ଶିକାର ହେବା ନେଇ ମର୍ମାହତ। ଶେଷରେ କବିତା ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଏକ ମାମଲା(ନଂ-ସିଡି କେଶ ନଂ-୫୧/୨୦୨୩)ରୁଜୁ କରିଥିଲେ । ଆୟୋଗଙ୍କ ପକ୍ଷରୁ ଏହି ମାମଲାରେ ସ୍ବର୍ଣ୍ଣଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ ଫର କµିଟେଟିଭ୍ ଏଣ୍ଡ ବିଏଡ ର ମାଲିକ ଦୁେଯ୍ର୍ୟାଧନ ନାୟକ(ବାପୁନ), ଅରିହଏକାଡେମୀର ମାଲିକ ସୁରେଶ କୁମାର ସ୍ବାଇଁ, ରେଜିଷ୍ଟାର, ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଓ ସିଦ୍ଧାର୍ଥ କଲେଜ ଅଫ୍ ଏଡୁକେଶସନ ୪ଜଣ କର୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଏହି ମାମଲାକୁ କବିତା ନିଜେ ପରିଚାଳନା କରୁଥିବା ବେଳେ ଅନ୍ୟମାନେ ସେମାନଙ୍କ ଓକିଲ ନିଯୁକ୍ତ କରିଥିଲେ । ଏହି ମାମଲାର ବିଚାର କରି ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ର ସଭାପତି ଶିବପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ବାଇଁ ତାଙ୍କ ରାୟରେ ଆଦେଶରେ ୧ମ ପକ୍ଷ ସ୍ବର୍ଣ୍ଣଲକ୍ଷୀ ଇନଷ୍ଟିଚ୍ୟୁଟ୍ ମାଲିକ ଦୁେଯ୍ର୍ୟାଧନ ନାୟକ(ବାପୁନ), ୩ୟ ପକ୍ଷ ଅରିହନତ୍ ଏକାଡେମୀ ମାଲିକ ସୁରେଶ କୁମାର ସ୍ବାଇ ଓ ସିଦ୍ଧାର୍ଥ କଲେଜ ଅଫ୍ ଏଡୁକେଶନଙ୍କୁ ଦୋଷୀ ସାବ୍ୟସ୍ତ କରି ଛାତ୍ରୀ କବିତାଙ୍କୁ ୧ଲକ୍ଷ ୮୩ହଜାର ଟଙ୍କା ଓ ମାନସିକ ନିର୍ଯାତନା ବାବଦକୁ ୨୦ହଜାର ଟଙ୍କାକୁ ମିଶାଇ ମୋଟ ୨ଲକ୍ଷ ୩ହଜାର ୩୦ଦିନ ମଧ୍ଯରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ଏହି ଅର୍ଥ ୩୦ଦିନ ମଧ୍ଯରେ ପୈଠ ନକଲେ ୬ପ୍ରତିଶତ ସୁଧ ହାରରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ଏଥିସହ ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି କର୍ତୃପକ୍ଷଙ୍କୁ ଏକ ସ୍ପେଶାଲ ନୋଟିଫିକେସନ ମାଧ୍ଯମରେ କବିତାଙ୍କ ହଜି ଯାଇଥିବା ପ୍ରାକ୍ଝିକାଲ କପି ଲାଗି ପରୀକ୍ଷା କରି ତାଙ୍କୁ ୬୦ଦିନ ମଧ୍ଯରେ ବିଇଡି ପ୍ରମାଣ ପତ୍ର ପ୍ରଦାନ କରିବାକୁ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଆଦେଶ ଦେଇଛନ୍ତି ।