କେନ୍ଦ୍ରାପଡ଼ା : ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘ ତରଫରୁ ଧାରଣା ୫ମ ଦିନରେ ଜାରି ରହିଛି । ଜିଲ୍ଲା କାର୍ଯ୍ୟାଳୟ ଆଗରେ ୨ ଦଫା ଦାବି ନେଇ ୨୦୦ରୁ ଉର୍ଦ୍ଧ୍ୱ ପଂଚାୟତ ନିର୍ବାହୀ ଅଧିକାରୀ ଧାରଣାରେ ବସି ରହିଛନ୍ତି । ପ୍ରବଳ ବର୍ଷା ସତ୍ୱେ ନିଜର ଦାବି ପୁରଣ କରିବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ ଧାରଣାରେ ଅଟଳ ରହିଛନ୍ତି । ସଂଘର ଜିଲ୍ଲା ସଭାପତି ଆଦିତ୍ୟ ନାରାୟଣ ରାଉତଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଭୁ ରଞ୍ଜନ ସାହୁ, ଅଶୋକ କୁମାର ଜେନା, ବାଉରୀ ବନ୍ଧୁ ପ୍ରଧାନ, ଅନନ୍ତ ଚରଣ ବିଶ୍ୱାଳ ପ୍ରମୁଖ ପଂଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା ୩ କରିବା ସହିତ ଦରମା ହାର ଲେବୁଲ ୯ (ଟ.୩୫,୪୦୦) ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ଶତ ପ୍ରତିଶଥ ପଦୋନ୍ନତି ପ୍ରଦାନ କରିବା ଓ ଓ.ପି.ଆର.ଏସ୍ କ୍ୟାଡର ରୁଲରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ଗୁଡିକ ରହିଛି । ଦାବି ଗୁଡିକ ପୁରଣ ନ ହେବା ପର୍ଯ୍ୟନ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବେ ବୋଲି ଜଣାଇଛନ୍ତି ।