ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣା ଠାରେଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି । ଗତ କିଛିଦିନ ତଳର ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଏବେ ସଂପୂର୍ଣ୍ଣ ମଠଟି ପାଣିଘେରରେ ରହି ଏକ ଅସ୍ୱାସ୍ଥ୍ୟକର କର ପରିବେଶ ସୃଷ୍ଟି ହୋଇଛି । ମଠ ପାର୍ଶ୍ୱରେ ନିର୍ମାଣ ହୋଇଥିବା କେନାଲ ର ତଳମୁଣ୍ଡରେ ମଠର ଅବସ୍ଥିତି ଯୋଗୁଁ ତଥା ତଳମୁଣ୍ଡରେ କେନାଲ ନିର୍ମାଣ ହୋଇନଥିବା ଯୋଗୁଁ ଓଭରଫ୍ଲୋ ପାଣି ହିଁ ମଠ ଚତୁପାର୍ଶ୍ୱ ଘେରି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ଚିର ମରୁଡି ପ୍ରପିଡିତ ସୋନପୁର ବ୍ଲକର ଖଲିଆପାଲି,ଲଛିପୁର, ବିଶିମୁଣ୍ଡା ଅଞ୍ଚଳ ଦେଇ ଅର୍ଜୁନପୁର ଓ ପରେ କଳାପଥର ପଞ୍ଚାୟତର ବିଭିନ୍ନ ଗ୍ରାମମାନଙ୍କୁ ଜଳସେଚନ ପାଇଁ ଥିବା ଏହି ଗାଇଖାଇ କେନାଲ ଖନନ ପାଇଁ ସମସ୍ତ ବ୍ୟୟବରାଦ ହୋଇଥିବା ବେଳେ ମାତ୍ର କିଛି ଡିସିମିଲ ଜମି ମାଲିକଙ୍କ ଅସହଯୋଗ ଓ କିଛି ଜଙ୍ଗଲଜମି ଅଧିଗ୍ରହଣ ରେ ବିଳମ୍ବ ଯୋଗୁଁ କାମ ଆଗକୁ ଯାଇପାରୁନାହିଁ ଯାହା ଫଳରେ ଏତେବଡ ଯୋଜନା ଫଳପ୍ରଦ ହେବାପାଇଁ ସମୟ ଗଡିଚାଲିଛି । ଏ ସମ୍ପର୍କରେ ତେଲ ଇରିଗେସନ ବିଭାଗର ନିର୍ବାହୀ ଅଧିକାରୀ ଇଂ ଜିତେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତିକ୍ରିୟା ନେବାରୁ ଜମି ଅଧିଗ୍ରହଣ ର କିଛି ସମସ୍ୟା ରହିଛି ଯାହାକି ଖୁବଶିଘ୍ର ସମାଧାନ ହୋଇଯିବ ଓ ଆଗକୁ ତଳମୁଣ୍ଡର ଚାଷୀ ଙ୍କଜମି ଜଳସେଚିତ ହେବାସହ ଏଭଳି ସମସ୍ୟା ଆଉ ରହିବନାହିଁ ବୋଲି ପ୍ରକାଶ କରିଛନ୍ତି ।