ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲାର ଆଇସିଆରପି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଆଇସିଆରପି ସଭାପତି ଗୋଲାପି ରଣାଙ୍କ ନେତୃତ୍ୱ ରେ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।ଏହା ପୂର୍ବରୁ ଓଏଲଏମ ମାଧ୍ୟମରେ ଅନେକ ମିଶନ ଶକ୍ତି ନିର୍ମାଣ କରିଥିଲେ କିନ୍ତୁ ବର୍ତମାନ ସେମାଙ୍କୁ ରାଜ୍ୟ ସରକାର ଅଣ ଦେଖା କରି ଅନ୍ୟ ମାନଙ୍କୁ ଏମବିକେ ଏବଂ ସି ଆର ପି ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ପୂର୍ବରୁ ଲୋକେ ମିଶନ ଶକ୍ତି କଣ ଜାଣିନଥିଲେ, ସେ ସମୟରେ ବହୁତ ଝଡ ଝଞ୍ଜା ଦେଇ ଆମେ ମିଶନ ଶକ୍ତି ଏସଏଚଜି ଗଡ଼ିଥିଲୁ ବୋଲି ଜିଲ୍ଲା ସଭାନେତ୍ରୀ ଗୋଲାପୀ ରଣା ମତ ପ୍ରକାଶ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଯଦି ଆମର ଗୁହାରି ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତା କୁ ଓଲେଇବା ସହ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆଇ ସି ଆର ପି ସଙ୍ଘ ସଭାପତି ଙ୍କ ସହ ସମସ୍ତ ସଦସ୍ୟା ରାଜ୍ୟ ସରକାର ଙ୍କୁ ବୋଲି ଚେତାବନୀ ଦେଇଛନ୍ତି ।