ଭୁବନ : ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର (ଟୁନା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦରଜୀ ଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା ରେ ସ୍କୁଲ ପିଲାଙ୍କ ପୋଷାକ ତିଆରି ପାଇଁ ସ୍ଥାନୀୟ ଅଂଚଳର ଦରଜୀ ମାନଙ୍କୁ ସୁଯୋଗ ଦେବା ଓ ଅବସର ବିନୋଦନ ତଥା ସଂଘ ବୈଠକ ପାଇଁ ଏକ ଗୃହ (କମ୍ୟୁନିଟି ସେଂଟର) ଯୋଗାଇ ଦେବାକୁ ମୁଖ୍ୟ ଅତିଥି ଙ୍କ ମାଧ୍ୟମରେ ନଗରପାଳ ଙ୍କୁ ନିବେଦନ କରାଯାଇଥିଲା । ସମ୍ପାଦକ ଜୟକୃଷ୍ଣ ବେହେରା,ପ୍ରମୋଦ ଦାସ,ଉପ ସଭାପତି ଅର୍ଜୁନ ପୃଷ୍ଟି,ସହ ସମ୍ପାଦକ ରବି ଚିନରା,ଦ୍ୱାରିକା ବେହେରା,କୋଷାଧ୍ୟକ୍ଷ ଅନିତା ସାହୁ, ଟୁପୁସି ବିଶ୍ୱକର୍ମା ,ସହଯୋଗୀ ରଘୁନାଥ ରଣା,ଦୁଃଶାସନ ସାହୁ,ଝରଣା ପୋଥାଳ, ଅନସୁୟା ସାହୁ,ସତ୍ୟଭାମା ନାୟକ ଙ୍କ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଦରଜୀ ଯୋଗଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନାମ ସାହୁ କାର?୍ୟ୍ୟକ୍ରମ ପରିଚଳନା କରିଥିବା ବେଳେ ଦେବାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।