ଭୁବନ : ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ ଦିଆଯାଇଥିବା ଭୁବନ ବନ୍ଦ ଡ଼ାକରା ସଫଳ ହୋଇଛି । ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରାଙ୍କ ନେତୃତ୍ଵରେ ଦଳୀୟ କାର୍ଯ୍ୟକର୍ତା ମାନେ ସକାଳ ୬ଟାରେ କାଳୀ ବଜାର ଠାରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ବିଜେପି ନେତା ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା, ଦେବଦତ ପଟ୍ଟନାୟକ, ରତ୍ନପ୍ରଭା ପଣ୍ଡାଙ୍କ ସମେତ ନିର୍ମଳ ଗୁରୁ, ସମୀର ସାହୁ, ସନ୍ତୋଷ ବିହାରୀ, ଗଣେଶ୍ଵର ନାୟକ, କାଉନସିଲର ସୁଶାନ୍ତ ନାୟକ, କୃପାସିନ୍ଧୁ ବେହେରା, ମନ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିଲା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ଥିଲା । କାର୍ଯ୍ୟକର୍ତା ମାନେ ପିକେଟିଂ କରି ସରକାରୀ, ବେସରକାରୀ ଅଫିସ୍, ବ୍ୟାଙ୍କ୍ ଓ ସ୍କୁଲ, କଲେଜ ବନ୍ଦ କରାଇଥିଲେ । ସାଢ଼େ ଗୋଟାଏ ସମୟରେ ତହସିଲଦାର ଅଂଶୁମାନ ମହାପାତ୍ର, ଆଇଆଇସି ସୌଭାଗ୍ୟ କୁମାର ସ୍ଵାଇଁ ଆନ୍ଦୋଳନ ସ୍ଥଳକୁ ଆସି ଦାବି ପତ୍ର ଗ୍ରହଣ କରିଥିଲେ ।