ଜୟପୁର : ବିଭିନ୍ନ ଦାବି ପୁରଣ ନେଇ ଜୟପୁର ବ୍ଲକର ପିଇଓ ମାନେ କାଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ପିଇଓଙ୍କ ଆନ୍ଦୋଳନ ଯୋଗୁଁ ପଞ୍ଚାୟତରେ ଅଚଳାବସ୍ଥା ଦେଖାଯାଇଛି । ରାଜ୍ୟ ସରକାରଙ୍କୁ ୨ଟି ଦାବି ପୁରଣ ପାଇଁ ଦାବି ପତ୍ର ଦିଆଯାଇଥିଲା । ୧୭ ତାରିଖ ସୁଦ୍ଧା ଦାବି ପୁରଣ ନହେଲେ ସମସ୍ତ ପିଇଓ ଛୁଟିରେ ଯିବେ । କିନ୍ତୁ, ରାଜ୍ୟ ସରକାର ଦାବି ପୁରଣ କରି ନଥିବାରୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ କାଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦାନ କରିଛନ୍ତି । ଭୁବନେଶ୍ଵରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶୋଭାଯାତ୍ରା ଆନ୍ଦୋଳନରେ ଜୟପୁର ସହ କୋରାପୁଟ ପିଇଓ ମାନେ ସାମିଲ ହେବାକୁ ଯାଇଛନ୍ତି ।
ପିଇଓ ସଂଘ ତରଫରୁ ଦାବି କରାଯାଇଛି ଯେ, ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଦିଆଯାଉ, ୧୦ ବର୍ଷ ପୁରଣ କରିଥିବା ପିଇଓଙ୍କୁ ଶତ ପ୍ରତିଶତ ଦରମା, ଡିଜିଡିଓକୁ ପଦୋନ୍ନତି କରିବା ଆଦି ଦାବି ରହିଛି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରି ସଂଘ ଜୟପୁର ବ୍ଲକ ଶାଖାର ଶ୍ରୀନିବାସ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ଭାଗିରଥି ନାୟକ, ଜୟଶ୍ରୀ ନାୟକ, ସନାତନ ପଣ୍ଡା, ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।