ଭୁବନେଶ୍ୱର : ଭିଡ ହିଂସା ଏକ ଅପରାଧ ଓ ସେଥିରେ ଭାଗନେଉଥିବା ଯେ କୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ । ଓଡିଶା ପୋଲିସ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଓଡିଶା ପୋଲିସ୍ ଟୁଇଟ୍ କରିଛି ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ ଏସ ପୂନାୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷ ମାନଙ୍କ ଶୁଣାଣି କରି ୨୪.୦୯.୨୦୧୮ ର ରାୟ ରେ ପ୍ରକାଶ କରିଛନ୍ତି ଯେ ଭିଡ ହିଂସା ଏକ ଅପରାଧ ଓ ସେଥିରେ ଭାଗନେଉଥିବା ଯେ କୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ ।
ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡଯନ୍ତ୍ର ରେ ଭାଗନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ । ସୁତରାଂ ଓଡିଶା ପୋଲିସ ତରଫରୁ ସମସ୍ତ ବ୍ୟକ୍ତିମାନଙ୍କୁ ସଚେତନ କରାଯାଉଛି କି କୌଣସି ପ୍ରକାର ର ଭିଡ ହିଂସା ରେ ଭାଗ ନିଅନ୍ତୁ ନାହିଁ ।