ମାଲକାନଗିରି : ପିଇଓ ଚାକିରିରେ ପ୍ରବେଶ ନିମନ୍ତେ ଶିକ୍ଷାଗତ ଯୋଗ୍ୟତାକୁ ପରିବର୍ତ୍ତନ କରାଯାଇ ଯୁକ୍ତ ଦୁଇ ଏବଂ ଡିଗ୍ରୀ ଯୋଗ୍ୟତା ମାପଦଣ୍ଡ ରଖାଯାଉ ଏବଂ ପେ ଲେବଲ-୫ରୁ ପେ ଲେବୁଲ -୯କୁ ଉନ୍ନିତ କରାଯାଇ ୨୧ ହଜାର ୭ ଶହ ଟଙ୍କାକୁ ୩୫ ହଜାର ୪ ଶହ ଟଙ୍କା ଦରମା କରାଯାଉ। ଏହା ସହିତ ଦଶବର୍ଷ ଚାକିରି ପୂର୍ଣ କରିଥିବା ପିଇଓଙ୍କ ପଦୋନ୍ନତି ସହିତ ୩୦ରୁ ୪୦ ବର୍ଷ ଚାକିରି କରିଥିବା ପିଇଓଙ୍କୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ଆଦି ୨ ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ପିଇଓ ସଂଘ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଜି ସଂଘର ଧାରଣାକୁ ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ ସମିତି ସମର୍ଥନ ଜଣାଇ ସମିତିର ସଭାପତି ଜରାଶବର ମାଢି, ସମ୍ପାଦକ ହରିବନ୍ଧୁ ଗଲୋରୀ, ଉପଦେଷ୍ଟା ଘେନୁ ମୁଦୁଲି, ସଦସ୍ୟ ମୁକେଶ ପଡ଼ିଆମୀ, ଲକମା ମାଡକାମୀ ଓ ସନାତନ କବାସୀ ପ୍ରମୁଖ ଧାରଣା ସ୍ଥଳରେ ବସି ପିଇଓ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏବଂ ସଂଘର ଦାବୀକୁ ସଠିକ ଦର୍ଶାଇ ସରକାର ସମସ୍ତ ଦାବିକୁ ପୂରଣ କରିବାକୁ ମତ ଦେଇଥିଲେ।
ଆଜିର ଧାରଣାରେ ସଂଘର ଉପସଭାପତି ଭୋଳାନାଥ ବିଶ୍ଵାସ, ସାଧାରଣ ସମ୍ପାଦକ କିଶୋର କୁମାର ମହାରଣା, ଦୟାନିଧି ନିମାଲ, ଅଶୋକ କୁମାର ମହାରଣା, ରାଜେନ୍ଦ୍ର ଗୁରୁ, ଦେବେନ୍ଦ୍ରନାଥ ନାୟକ, ରତନ ରାୟ, ନିଖିଲ ବାନାର୍ଜୀ, ଅଶୋକ ମହାରଣା, ମନୋଜ ତାଙ୍ଗୁଲୁ ପ୍ରମୁଖଙ୍କ ସହ ଜିଲ୍ଲାର ୧୧୧ଟି ପଞ୍ଚାୟତରେ କାର୍ଯ୍ୟରତ ଅନ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ।