ଭୁବନେଶ୍ୱର : ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଛି । ନର୍ସିଂ ଅଫିସର ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦେଶକୁ ହାଇକୋର୍ଟ ପରିବର୍ତନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଓଡିଶା ହାଇକୋର୍ଟ ମେ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ରଖାଯିବ ବୋଲି କୋର୍ଟ କହିଛନ୍ତି ।
ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ମୋଟ ୭୪୮୩ ଟି ନର୍ସ ପଦବୀ ପୂରଣ ହେବ ।