ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ମଦ ଚୋରା ଚାଲାଣ ବଢିବାରେ ଲାଗିଛି । ତେବେ ଏହି କ୍ରମରେ ମୟୂରଭଞ୍ଜରେ ମଦ ବିରୋଧୀ ଅଭଯାନ କରାଯାଇଥିଲା । ମୋରଡା ବ୍ଲକରେ ମଦ ବେପାର ବଢିଚାଲିଥିବା ବେଳେ ସଙ୍ଗାଡିହି ଓ ହାଣ୍ଡିଭଙ୍ଗା ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆଜି ସକାଳେ ଅଚାନକ ଏହି ଦୁଇଟି ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ତିନି ହଜାର ଦେଶୀ ମଦ ପୋଚ ନଷ୍ଟ କରାଯାଇଛି ।