ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ ସୋମବାର ଦିନ ସମସ୍ତ ଔଷଧର ସୁଲଭ ମଲ୍ୟ ତିଆରି କରିବାକୁ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି ।
ଉପରାଷ୍ଟ୍ରପତି ସୋମବାର ଦିନ ଅଖିଳଭାରତୀୟ ଆୟର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ନୁଆଦିଲ୍ଲୀର ୪୮ ବର୍ଷ ଦିକ୍ଷାନ୍ତ ସମାରୋହରେ ସମ୍ବୋଧିତ କରି କହିଛନ୍ତି କୋଭିଡ-୧୯ ମହାମାରୀ ଅବସରରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଯୋଗଦାନ ଓ ନିସ୍ୱାର୍ଥ ସମର୍ପଣର ମୁଁ ପ୍ରଶଂସା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଆମର ଡାକ୍ତର , ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍ ମାନେ ତାଙ୍କର ଜୀବନକୁ ବିପଦରେ ରଖି ବା ଚିନ୍ତା ନକରି ଆମକୁ ସାହାଯ୍ୟ କରିଛନ୍ତି ।
ଉପରାଷ୍ଟ୍ରପତି ଚିକିତ୍ସା କ୍ଷତ୍ରରେ ଉଚ୍ଚ ମାନ ସ୍ଥାପିତ କରିବାକୁ ସଂସ୍ଥାନକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ସେବା ପ୍ରତି ଏମାନଙ୍କର ପ୍ରତିବଦ୍ଧତା ଏବଂ କର୍ତବ୍ୟର ଗଭିର ଭାବନା ସମସ୍ତଙ୍କ ପାଇଁ ଅନୁକରଣୀୟ ଅଟେ ।