କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଗୋଟିଏ ପଟେ ଇମାମ ମାନଙ୍କର ଭତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ ଇଂଗିତ କରି ଟଙ୍କା ବଂଟି ଦେଶରେ ଘୃଣାଭାବ ବ୍ୟାପିଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ସାଂକେତିକ ଆକ୍ରମଣ କରି କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଇମାମଙ୍କ ସମ୍ମିଳନୀରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ସମ୍ପ୍ରଦାୟ ମଧ୍ୟରେ ଘୃଣା ବ୍ୟାପିବା ପାଇଁ ଟଙ୍କା ବଂଟାଯାଉଛି ।