କେନ୍ଦ୍ରାପଡ଼ା : ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଏକ ପୋଖରୀରେ ଦୁର୍ବୁତ ବିଷ ପକାଇ ଦେବାରୁ ଲକ୍ଷାଧିକ ଟଙ୍କାର ମାଛ ମରି ଯାଇଥିବାରୁ ସ୍ୱୟଂସହାୟିକ ଗୋଷ୍ଠୀର ମହିଳା ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ଠାରେ ଥିବା ଏକ ପୋଖରୀକୁ ମା ଚଇତି ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଲିଜ ସୂତ୍ରରେ ନେଇ ଭାରିଗଦା ଷ୍ଟେଟ୍ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ କରି ପୋଖରୀରେ ମାଛ ଛାଡିଥିଲେ । ଏବଂ ଦୈନିକ ମାଛକୁ ଦାନା ଦେବା ସହ ପୋଖରୀର ଯତ୍ନ ନେଉଥିଲେ । ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତ ପୋଖରୀରେ ବିଷ ପକାଇ ଦେବାରୁ ଲକ୍ଷାଧିକ ଟଙ୍କାର ମାଛ ମରି ପଚି ଯାଇଛନ୍ତି । ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଋଣ କରି ମାଛ ଛାଡିଥିବାରୁ କିଭଳୀ ଋଣ ପରିଶୋଧ କରିବେ ତାହା ତାଙ୍କ ମୁଣ୍ଡରେ ଚଡକ ପଶିଛି । ଏନେଇ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ର୍ତାଙ୍କୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଏହି ଅଭିଯୋଗ ସମୟରେ ସଭାପତି ପ୍ରେମଲତା ସାମଲ, ସଂନ୍ଧ୍ୟାରାଣୀ ବେହେରା, ଯଶୋମତୀ ବେହେରା, ମଧୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।