ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ଏହି ଚାର୍ଜଫ୍ରେମ ହୋଇଛି । ପ୍ରଦୀପଙ୍କ ବ୍ୟତୀତ ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ପୂର୍ବତନ ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ୍ କରିଛନ୍ତି କୋର୍ଟ ।