ଭୁବନେଶ୍ୱର : ରାଜ୍ୟ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ଓ ସଚିବ ଦାଶରଥୀ ଶତପଥୀ ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ହେଉଥିବା ନବମ କମନେୱଲ୍ଥ ପାର୍ଲାମେଂଟାରୀ ଆସୋସିଏସନ୍ ଇଣ୍ଡିଆ ରିଜିୟନ୍ କନଫରେନ୍ସରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଚଳିତ ଅଗଷ୍ଟ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ପଂଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ଦେଶକୁ ସୁଦୃଢ଼ କରିବାରେ ଜନପ୍ରତିନିଧିମାନଙ୍କ ଦାୟିତ୍ୱ ଉପରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଧାନସଭାର ସଚିବ ଦାଶରଥୀ ଶତପଥୀ “ଡିଜିଟାଲ ସଶକ୍ତିକରଣ ବଳରେ ସ୍ୱଚ୍ଛ ପ୍ରଶାସନକୁ ଉତ୍ସାହିତ କରିବା ନିମନ୍ତେ ଜନପ୍ରତିନିଧିମାନଙ୍କୁ କିପରି ଅଧିକ ଦକ୍ଷ/ପ୍ରଭାବୀ କରାଯାଇପାରିବ ’’ ସମ୍ବନ୍ଧରେ ଅଭିଭାଷଣ ଦେବେ ।
ବିଧାନସଭାର ଗବେଷଣା ଅଧିକାରୀ ପ୍ରଶାନ୍ତ କୁମାର ଦାସ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି ।