ଜୟପୁର : କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ପୁବତନ ବିଡିଓ ରମେଶ ଚନ୍ଦ୍ର ସାହୁ (୬୫)କୁ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଛି । ଦିଲୀ କୋର୍ଟରେ ହାଜର ପରେ ଜୟପୁର କୋର୍ଟକୁ ଆଣାଯିବ ବୋଲି ଜୟପୁର ଭିଜିଲାନ୍ସ ତରଫରୁ ସୂଚନା ଦିଆଯାଇଛି । ୨୦୧୫ ମସିହାରେ ୭ଟି ଦୁର୍ନୀତି ମାମଲା ରମେଶ ନାମରେ ରହିଥିଲା । ଅଭିଯୁକ୍ତ ଗିରଫ ଭୟରେ ଦୀର୍ଘ ୮ ବର୍ଷ ଧରି ଭାରତର ବଭିନ୍ନ ସ୍ଥାନ ବୁଲୁଥିବା ବେଳେ ଦିଲ୍ଲୀ ଓ ଆଖ ପାଖ ଅଂଚଳରେ ସେ ରହୁଥିଲେ । ଦିଲ୍ଲୀ ଏୟାର ପୋର୍ଟରୁ ଅଭିଯୁକ୍ତ ରମେଶକୁ ଗିରଫ କରିଛି । ରମେଶ ନାମରେ ତୋଭାପଦର ଓ ମଙ୍କିଦ ଠାରେ ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣରେ ୬ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଡୁମସିଲ ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣରେ ୩ ଲକ୍ଷ ଟଙ୍କା ହେରଫେର, ପାଚିଙ୍ଗି ଅଞ୍ଚଳରେ ରାସ୍ତା କାମ ଓ ଶିଶୁ ବିକାଶ ପାଇ ଆସିଥିବା ବିଭିନ୍ନ ଆର୍ଥିକ ଅନୁଦାନର ୫ ଲକ୍ଷ ଟଙ୍କାର ଘୋଟାଲା ନାରାୟଣପାଟଣା କେଳୁବଡି ଏବଂ ଉପରଗୁମୁଣ୍ଡିରେ ବିଭିନ୍ନ ନିର୍ମାଣ କାମରେ ୧୦ ଲକ୍ଷ ଟଙ୍କା ହେରଫେର , ଅଙ୍ଗନବାଡୀ ଘେଚେଲା ଏବଂ ଦଳେଇପେଟାର ସିସି ରୋଡ କାମ ୫ ରଗ୍ଧ ଲକ୍ଷ ଟଙ୍କା ହେରଫେର, ଏମଏନଆରଜିଏସ ରେ ଆସୁଥିବା ବିଭିନ୍ନ ପଞ୍ଚାୟତର ପିଏଫସି ଆକାଉଣ୍ଟରୁ ଟଙ୍କା ୫ ଲକ୍ଷ ଟଙ୍କା ହଡପ ସହ ଜିଆର କ୍ୟାସ ହେରଫେର ମଧ୍ୟ ରହିଛି । ୭ଟି ମାମଲାରେ ୩୪ ଲକ୍ଷ ଟଙ୍କା ହେରଫେର ହୋଇଛି । ଏପରି ଗୋଟିଏ ବର୍ଷରେ ୭ଟି ମାମଲା ଭିଜିଲାନ୍ସ ରୁଜୁ କରିଥିବାରୁ ଅଭିଯୁକ୍ତ ସାହୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡିକୁ ବଦଳି କରାଯାଇଥିଲା । ସେହି ଦିନ ଠାରୁ ବିଡିଓ ଫେରାର ଥିବା ଭିଜିଲାନ୍ସ ସୁତ୍ର ରୁ ସୁଚନା ଦିଆଯାଇଛି ।
Related Stories
October 22, 2024
October 10, 2024