ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ରେ ଓଡିଶାରୁ ଭକ୍ତ ଚରଣ ଦାସଙ୍କୁ ଛାଡ଼ି ଅନ୍ୟ କେହି ସ୍ଥାନ ନପାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଏସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇବି । ତାଲିକାରେ ଆଉ କିଛି ନେତା ସ୍ଥାନ ପାଇଥିଲେ ଖୁସି ହୋଇଥାନ୍ତୁ ।
ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଓଡିଶା ପ୍ରତି ଏଆଇସିସି ଘୋର ଅନ୍ୟାୟ କରିଛି । ଭକ୍ତ ବାବୁ ଉକ୍ତ କମିଟିରେ ୩୦ ବର୍ଷ ହେବ ଅଛନ୍ତି । ଏଭଳି ହେଲେ ସଂଗଠନ ସୁଦୃଢ କିଭଳି ହେବ । ରାଜ୍ୟକୁ ପ୍ରତିନିଧିତ୍ୱ କିଏ କରିବ । ଓଡିଶା ପ୍ରତି ଏଭଳି ମନୋଭାବ ରହିବା ଉଚିତ୍ ନୁହେଁ । ଏସମ୍ପର୍କରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଚିଠି ଲେଖି ଦୃଷ୍ଟି ଆକର୍ଷର୍ଣ କରିବି ବୋଲି କହିଛନ୍ତି ଶ୍ରୀ ରାଉତରାୟ ।
ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ କମିଟିରେ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କୁ ରଖାଯାଇଛି । ଓଡିଶାକୁ ଏଆଇସିସି ଫୋକସ୍ ଦେଉନାହାନ୍ତି । ତାଙ୍କ ବିଚାରରେ ଓଡିଶାରୁ ସେଭଳି କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି । ଅନ୍ୟପକ୍ଷରେ ବିଧାୟକ ତାରା ବାହିନୀପତି କହିଛନ୍ତି ଏଆଇସିସି ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି । ଓଡିଶାରୁ ମଧ୍ୟ କିଛି ଯୋଗ୍ୟ ନେତା ଅଛନ୍ତି । ପରବର୍ତୀ ମୁହୁର୍ତରେ କମିଟିରେ ନେଇ ପାରନ୍ତି ।