ଭୁବନେଶ୍ୱର : ରାଜଧାନୀରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ପରୀକ୍ଷା କରିବା ପାଇଁ ଡାକ୍ତରଖାନାରେ ଭିଡ ଜମୁଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଂଟର ଖୋଲିବ ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତାକାଲିଠାରୁ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ସ୍ୱତନ୍ତ୍ର ଟେଷ୍ଟିଂ ସେଂଟର ଖୋଲିବ । ଏଠାକୁ ଦୈନିକ ପ୍ରାୟ ୫୦୦ ଲୋକ ଡେଙ୍ଗୁ ଟେଷ୍ଟ କରାଇବା ପାଇଁ ଆସୁଛନ୍ତି । ଏହି ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଂଟର ଖୋଲିବାକୁ ନିଷ୍ପତି ହୋଇଛି ।
ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡ୍ମିଶନ୍ ହେଉଛନ୍ତି । ଏବେ ୬୨ ଜଣ ଚିକିତ୍ସାଧୀନ ଅଛନ୍ତି । ସ୍ୱତନ୍ତ୍ର ବେଡ୍ ନଥିବାରୁ ଫୋଲ୍ଡିଂ ଖଟ କିଣାଯାଇ ତଥା ବନ୍ଦ ଥିବା କ୍ୟାଥୋଲ୍ୟାବ ରୁମକୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଛି ।