ଭୁବନେଶ୍ୱର : ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ଛିଂଚା ଘଟଣା ସମ୍ପୂର୍ଣ ଭାବେ ପ୍ରାୟୋଜିତ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି, ଏହି କାଳିମାଡ଼ ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ। କାରଣ ଯେଉଁ ବ୍ୟକ୍ତି କାଳିମାଡ଼ କରିଥିଲା, ତା’କୁ ପୋଲିସ ମୁକ୍ତ କରିସାରିଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଶନିବାର ୫ଟି ସଚିବ ପାଣ୍ଡିଆନ ସତ୍ୟବାଦୀ ଯାଇଥିଲେ। ଏହି ସମୟରେ ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାଳି ଛିଂଚି ଥିଲେ ।