ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ପଶ୍ଚିମ ବଙ୍ଗ ଗସ୍ତରେ ଯାଇ କୋଲକାତା ଠାରେ ଦୁଇଟି ଲୋକସଭା ଆସନର ସାଂଗଠନିକ ବୈଠକରେ ଯୋଗ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପ୍ରଧାନ ଆଜି କୋଲକାତା (ଦକ୍ଷିଣ) ଓ ଯାଦବପୁର ଲୋକସଭା ଆସନର କୋର କମିଟି ସଦସ୍ୟ ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଧାରାକୁ ଅବ୍ୟାହତ ରଖିବାକୁ ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରାଇବା ପାଇଁ ଦଳୀୟ ପଦାଧିକାରୀ ଓ କାର୍ଯକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।