ନୂଆଦିଲ୍ଲୀ : ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତୀୟ ମହିଳା କୁସ୍ତି ଯୋଦ୍ଧାଙ୍କ ପାଇଁ ଏକ ସ୍ମରଣୀୟ ବିଜୟ! ଆମ ଟିମ୍ ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ହାସଲ କରି ୭ ପଦକ ସହ ଏକ ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି । ସ୍ମରଣୀୟ ପ୍ରଦର୍ଶନ ସହ ଏହି ଟାଇଟଲ ଦୁଇଥର ବଜାୟ ରଖିବାରେ ଅନ୍ତିମ ପ୍ରଥମ ହୋଇପାରିଛନ୍ତି । ଏହି ଗୌରବମୟ ବିଜୟ ଆମ ଉଦୀୟମାନ କୁସ୍ତିଯୋଦ୍ଧାଙ୍କ ଅଦମ୍ୟ ପ୍ରତିବଦ୍ଧା, ନିଷ୍ଠା ଏବଂ ଅତୁଳନୀୟ ପ୍ରତିଭାର ପ୍ରତୀକ ହୋଇଛି’ ।