ନୂଆଦିଲ୍ଲୀ : ବିଶ୍ୱ ଆହ୍ୱାନର ମୁକାବିଲା ପାଇଁ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ମାପଯୋଗ୍ୟ, ସୁରକ୍ଷିତ ଓ ସମାବେଶୀ ସମାଧାନ ପ୍ରଦାନ କରିଥାଏ । ବେଙ୍ଗାଲୁରୁରେ ଆୟୋଜିତ ଜି-20 ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ବୈଠକରେ ଭିସି ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟମିତାର ଭାବନା ଥିବା ବେଙ୍ଗାଲୁରୁ ସହରକୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା କରିବା ପାଇଁ ଭଲ ସ୍ଥାନ ଆଉ କେଉଁଠି ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 9ବର୍ଷ ହେବ ଭାରତରେ ଡିଜିଟାଲ କ୍ଷେତ୍ରରେ ହୋଇଥିବା ଅଦ୍ଭୁତପୂର୍ବ ପରିବର୍ତ୍ତନ ପାଇଁ 2015ରେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭକୁ ଶ୍ରେୟ ଦେଇଛନ୍ତି । ଏହି ପରିବର୍ତ୍ତନର ମାପ, ଗତି ଓ ପରିଧି ଉପରେ ଚର୍ଚ୍ଚା କରିଛନ୍ତି ମୋଦି । ଭାରତର 850 ମିଲିୟନ ଇଣ୍ଟରନେଟ୍ ଉଦ୍ୟୋଗକାରୀ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦୁନିଆର ସବୁଠୁ ଶସ୍ତାରେ ମିଳୁଥିବା ଡେଟାର ଲାଭ ଏମାନେ ଉଠାଉଛନ୍ତି ।
ଶାସନକୁ ପରିବର୍ତ୍ତନ କରିବା ଏବଂ ଏହାକୁ ଅଧିକ ଦକ୍ଷ, ସମାବେଶୀ , ତୀବ୍ର ଏବଂ ସ୍ୱଚ୍ଛ କରିବା ପାଇଁ ଟେକ୍ନୋଲୋଜିର ଲାଭ ଉଠାଇବାକୁ ଗୁରୁତ୍ୱରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶହେ ତିନି କୋଟିରୁ ଅଧିକ ଲୋକ ରହୁଥିବା ଏହି ଦେଶ ଅଦ୍ୱିତୀୟ ଡିଜିଟାଲ ପ୍ଲାଟଫର୍ମ ଆଧାରର ଉଦାହରଣ ଦେଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ତ୍ରିମୂର୍ତ୍ତି ରତ୍ନ ଭାବେ ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲକୁ କହିଛନ୍ତି । ଏହାଦ୍ୱାରା ଆର୍ଥିକ ସମାନତା, ୟୁପିଆଇ ବ୍ୟବହାର ପ୍ରଣାଳୀରେ କ୍ରାନ୍ତି ଆଣିଛି । ଯେଉଁଠାରେ ପ୍ରତିମାସରେ ପାଖାପାଖି 10 ବିଲିୟନର ନେଣଦେଣ ହୋଇଥାଏ ଏବଂ ବୈଶିକ ବ୍ୟବସାୟରେ 45 ପ୍ରତିଶତ ଭାରତରେ ହୋଇଥାଏ । ସେହିପରି ବ୍ୟବସ୍ଥାରେ ଥିବା ଛିଦ୍ରକୁ ରୋକିବା ଓ 33 ବିଲିୟନ ଡଲାରରୁ ଅଧିକ ସଞ୍ଚୟରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଆଇ-ଦ୍ୱାରା ଭାଷା ଅନୁବାଦିତ ପ୍ଲାଟଫର୍ମ ଓ ଭାଷିନୀର ବିକାଶ ଯାହାକି ଭାରତର ବିଭିନ୍ନ ଭାଷାରେ ଡିଜିଟାଲ୍ ସମାବେଶନର ସମର୍ଥନ କରିବ ବୋଲି କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ଆହ୍ୱାନକୁ ମୁକାବିଲା ପାଇଁ ଭାରତର ଡିଜିଟାଲ ଭିତ୍ତିଭୂମି ମାପଯୋଗ୍ୟ, ସୁରକ୍ଷିତ ଓ ସମାବେଶୀ ସମାଧାନ ପ୍ରଦାନ କରିଥାଏ । ପ୍ରାଚୀନ ପରମ୍ପରା ଠାରୁ ଆରମ୍ଭ କରି ନୂଆ ଟେକ୍ନୋଲୋଜି ଯାଏ ଭାରତରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହିପରି ବିବିଧତା ସହିତ ଭାରତ ସମାଧାନ ପାଇଁ ଏକ ଆଦର୍ଶ ପରୀକ୍ଷଣ ପ୍ରୟୋଗଶାଳା ବୋଲି କହିଛନ୍ତି ପିଏମ । ସେ କହିଛନ୍ତି ଯେ, ଭାରତରେ ସଫଳ ହୋଇଥିବା ସମାଧାନ ଦୁନିଆର ଯେକୌଣସି ସ୍ଥାନରେ ସହଜରେ କାର୍ଯ୍ୟକାରୀ ହୋଇପାରିବ।
ଭାରତ ନିଜର ଅନୁଭବକୁ ଦୁନିଆ ସହ ବାଣ୍ଟିବାକୁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୋଭିଡ ମହାମାରୀ କଥା ମନେ ପକାଇ ବିଶ୍ୱର ଭଲ ପାଇଁ ଦିଆଯାଇଥିବା କେଭିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ।
ଭାରତ ଏକ ଅନଲାଇନ୍ ଗ୍ଲୋବାଲ୍ ପବ୍ଲିକ୍ ଡିଜିଟାଲ୍ ଗୁଡ୍ ରିପାଜିଟୋରୀ – ଇଣ୍ଡିଆ ଷ୍ଟକ ସୃଷ୍ଟି କରିଛି ଯାହା ନିଶ୍ଚିତ କରିଛି ଯେ କେହି ପଛରେ ବିଶେଷ କରି ଗ୍ଲୋବାଲ୍ ସାଉଥର ଲୋକେ ପଛରେ ନରୁହନ୍ତୁ ।